Raju And the Rooster - ONLINE CLASSES BY SWAROOP

Latest

We help you to make your dream true.

Thursday 9 July 2020

Raju And the Rooster


Raju and the Rooster ହେଉଛି ପଞ୍ଚମ ଶ୍ରେଣୀ ର ଇଂରାଜୀ ବହି ର 2nd Lesson | ତାହେଲେ ଆଜି ଆମେ Raju and the Rooster ଗପ ଟି ପଢିବା | Raju and the Rooster ଗପ ରେ ଆମେ ପଢିବା ଯେ ରାଜୁ ଆମ୍ବ ଗଛ ଉପରେ ବସିଥିବା ଗଞ୍ଜା କୁ ଧରିବା ପାଇଁ କଣ କରିଛି ଓ ସେ ଗଞ୍ଜାଟି କୁ ଧରି ପାରିଛି ନ ନାହିଁ ଆସ ଦେଖିବା |

SGP-1:
1.     ଏକଦା ରାଜୁ ନାମକ ଗୋଟିଏ ବାଳକ  ତାର ପିତାମାତା ଓ ତାର ଜେଜେବାପା ଓ ଜେଜେମା ସହିତ ରହୁଥିଲା | ସେମାନଙ୍କ ପାଖାପାଖି ଦୁଇ ଡଜନ (୨୪ ଟି) କୁକୁଡ଼ା ଓ ଗଞ୍ଜା ଥିଲା | ଏବଂ କୁକୁଡ଼ା ଚିଁଆ ଗୁଡିକୁ ଗଣିବା କଷ୍ଟକର ଥିଲା କାହିଁକି ନା ସେମାନଙ୍କ ସଂଖ୍ୟା ଅଧିକ ଥିଲା | ସବୁଠାରୁ ବଡ଼ ଗଞ୍ଜା କୁ କିଙ୍ଗ (ରାଜା) ବୋଲି କୁହାଯାଉଥିଲା କାହିଁକିନା ତାର ମଥା ରେ ନାଲି ରଙ୍ଗ ର ଗୋଟିଏ ବଡ଼ ମୁକୁଟ ଥିଲା | ଥରେ କିଙ୍ଗ, ବଡ଼ ଗଞ୍ଜା ର ମନ ଭଲ ନଥିଲା | ସେ କୁକୁଡ଼ା ମାନଙ୍କୁ ଗୋଡ଼ାଇଲା, ଅନ୍ୟ ଗଞ୍ଜା ମାନଙ୍କ ସହ ଲଢେଇ କଲା ଓ ଅନେକ କୁକୁଡ଼ା ଚିଁଆ ଗୁଡିକୁ ମାରିଦେଲା | ରାଜୁ ର ବାପା ଓ ଜେଜେବାପା କିଙ୍ଗ କୁ ଧରିବା ପାଇଁ ଚାହୁଁଥିଲେ | କିନ୍ତୁ କିଙ୍ଗ ଆମ୍ବ ଗଛ ଉପରକୁ ଉଡ଼ିଗଲା ଓ ସେଠାରେ ଦିନ ସାରା ବସି "କୁକ୍କୁ ଡୂଡ଼ଲ......ଡ଼ୁ......ଡୂଡ଼ଲ....ଡ଼ୁ.....ଡୂଡ଼ଲ....ଡ଼ୁ(କୁକୁଡ଼ା ର ରାବ)" ଗୀତ ଗାଇଲା |  


2.     ପ୍ରଥମେ ରାଜୁ ର ମା ଗଞ୍ଜା କୁ ଧରିବା ପାଇଁ ଚେଷ୍ଟା କଲେ | ସେ କିଛି ଚାଉଳ ଦାନା ଆଣିଲେ ଓ ତଳେ ଫୋପାଡ଼ି ଦେଲେ| ସେ କିଙ୍ଗ କୁ କହିଲେ, "କିଙ୍ଗ,ମୋର ପ୍ରିୟ କିଙ୍ଗ , ତଳକୁ ଓହ୍ଲାଇ ଆସ ଏବଂ କିଛି ଚାଉଳ ଦାନା ଖା |"  କିଙ୍ଗ ଟିକିଏ ହେଲେ ମଧ୍ୟ ହଲିଲା ନାହିଁ ଏବଂ କହିଲା "କୁକ୍କୁ ଡୂଡ଼ଲ......ଡ଼ୁ | କୁକ୍କୁ ଡୂଡ଼ଲ......ଡ଼ୁ ନାଁ ନାଁ ନାଁ| 


SGP-2:
3.     ରାଜୁ ର ମା ଙ୍କ ପରେ ରାଜୁ ର ବାପା କିଙ୍ଗ କୁ ଧରିବା ପାଇଁ ଚେଷ୍ଟା କଲେ | ସେ କିଛି ଗହମ ଦାନା ଆଣିଲେ ଓ ତଳେ ଫୋପାଡ଼ି ଦେଲେ | ସେ କିଙ୍ଗ କୁ କହିଲେ, "କିଙ୍ଗ,ମୋର ପ୍ରିୟ କିଙ୍ଗ, ତଳକୁ ଓହ୍ଲାଇ ଆସ ଏବଂ କିଛି ଗହମ ଦାନା ଖା |"  କିଙ୍ଗ ଟିକିଏ ହେଲେ ମଧ୍ୟ ହଲିଲା ନାହିଁ ଏବଂ କହିଲା "କୁକ୍କୁ ଡୂଡ଼ଲ......ଡ଼ୁ | କୁକ୍କୁ ଡୂଡ଼ଲ......ଡ଼ୁ ନାଁ ନାଁ ନାଁ| 

4.     ତାପରେ ରାଜୁ ର ଜେଜେବାପା ଗଞ୍ଜାଟିକୁ ଧରିବା ପାଇଁ ଚେଷ୍ଟା କଲେ | ସେ ପାଉଁରୁଟି ର କିଛି ଖଣ୍ଡ ଆଣିଲେ ଓ ତଳେ ଫୋପାଡ଼ିଦେଲେ  | ସେ କିଙ୍ଗ କୁ କହିଲେ, "କିଙ୍ଗ,ମୋର ପ୍ରିୟ କିଙ୍ଗ, ତଳକୁ ଓହ୍ଲାଇ ଆସ ଏବଂ କିଛି ପାଉଁରୁଟି ଖଣ୍ଡ  ଖା |"  କିଙ୍ଗ ଟିକିଏ ହେଲେ ମଧ୍ୟ ହଲିଲା ନାହିଁ ଏବଂ କହିଲା "କୁକ୍କୁ ଡୂଡ଼ଲ......ଡ଼ୁ | କୁକ୍କୁ ଡୂଡ଼ଲ......ଡ଼ୁ ନାଁ ନାଁ ନାଁ| 




SGP-3:
5.     ଶେଷ ରେ ରାଜୁ ଗୋଟିଏ ଛୋଟିଆ ପୁରୁଣା ଝୁଡି ଆଣିଲା ଯେଉଁଥିରେ ଅସରପା ଭର୍ତି ହୋଇ ରହିଥିଲେ | ସେ ଜାଣିଥିଲା ଯେ ମଣିଷ ମାନଙ୍କ ପାଇଁ ରସଗୋଲା ଯାହା କୁକୁଡ଼ା ମାନଙ୍କ ପାଇଁ ଅସରପା ତାହା | ରାଜୁ ଏହା ମଧ୍ୟ ଜାଣିଥିଲା ଯେ କିଙ୍ଗ କୁ ତାର (ରାଜୁ ର) ମା, ବାପା  ଓ ଜେଜେବାପା ଅଧିକ ଗେଲ୍ହା କରି ଦେଇଥିଲେ | ତେଣୁ ସେ କିଙ୍ଗ କୁ ବିଲକୁଲ ଡାକିଲା ନାହିଁ | ସେ କେବଳ କିଙ୍ଗ କୁ ଝୁଡି ଟି ଦେଖେଇଦେଲା ଓ ଖୋଲିଦେଲା | କିଙ୍ଗ ଗଛ ଉପରୁ ଦେଖିଲା ଯେ କିଛି ଅସରପା ଝୁଡି ରୁ ବାହରି ରଙ୍ଗୁଛନ୍ତି | କିଙ୍ଗ ଆଉ ଅପେକ୍ଷା କରିପାରିଲା ନାହିଁ |  ସେ ଆମ୍ବ ଗଛ ରୁ ତଳକୁ  ଓଲ୍ହେଇ ପଡିଲା  ଓ ରାଜୁ ପାଖରେ ବସିପଡିଲା | କିଙ୍ଗ ଯେମିତି ଝୁଡି ରଏ ଥିବା ଅସରପା ଗୁଡିକୁ ଖାଇବାକୁ ଚେଷ୍ଟା କଲା ରାଜୁ କିଙ୍ଗ କୁ ସହଜରେ ଧରି ପକାଇଲା ଏବଂ କୁକ୍କୁ ଡୂଡ଼ଲ......ଡ଼ୁ କହିବା ପାଇଁ କିଙ୍ଗ ପାଖରେ ଖୁବ କମ ସମୟ ଥିଲା |




Raju and the Rooster ପାଠ ର question & Answer PDF  ଡାଉନଲୋଡ଼ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ |

YouTube ରେ  "RAJU AND THE ROOSTER"  ର ଭିଡିଓ ଦେଖିବା ପାଇଁ  ଏଠାରେ  click କରନ୍ତୁ |

ପଞ୍ଚମ ଶ୍ରେଣୀ ର ଅନ୍ୟାନ୍ୟ ଭିଡିଓ ସବୁ କୁ ଦେଖିବା ପାଇଁ ଏଠାରେ click କରନ୍ତୁ |




 

No comments:

Post a Comment